ଚାକିରିର ପ୍ରଲୋଭନ ଦେଖାଇ ଟଙ୍କା ହଡପ୍, ୫୦ଜଣ ମହିଳାଙ୍କଠୁ ୫ ହଜାର ଲେଖାଏଁ ଠକେଇ

କଟକ(କେନ୍ଯୁଜ୍): ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଠକେଇ ଅଭିଯୋଗ । ବଡ଼ମ୍ବା ଅଞ୍ଚଳର ପାଖାପାଖି ୫୦ ମହିଳା ଠକେଇର ଶିକାର ହୋଇଛନ୍ତି । ଏ.ଡି ମାଜିଷ୍ଟିକ ନାମକ କମ୍ପାନୀ କରି ଧୂପକାଠିି ଯୋଗାଇବା, ସରକାରୀ ଚାକିରି କରାଇଦେବା, ହେଲଥ କାର୍ଡ କରାଇ ଦେବା ଭଳି ପ୍ରଲୋଭନ ଦେଖାଇ ପ୍ରତ୍ୟେକ ମହିଳାଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଠକିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି । ଆଉ ଟଙ୍କା ମାଗିଲେ ସମ୍ପୃକ୍ତ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

କଟକ ଲିଙ୍କ୍‌ରୋଡ଼ରେ ଅଫିସ ଖୋଲିଥିବାରୁ ବାଦାମବାଡ଼ି ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି । ବ୍ୟକ୍ତି ଜଣଙ୍କୁ ଥାନାକୁ ଡାକି ବାଦାମବାଡି ଥାନା ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ମୋଟ ୩ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.