ରୋଷେୟାଙ୍କ ପୁଅ ଆଇଏସଏସ ଅଫିସର

ଢ଼େଙ୍କାନାଳ (କେନ୍ୟୁଜ) : କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ। ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ଅର୍ଜନ କରିବା ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ। ଏମିତି ପଙ୍କରୁ ପଦ୍ମ ଜାତ ହେଲା ପରି ପ୍ରତିଭା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଂଚାୟତ ଅନ୍ତର୍ଗତ ତଳବେରଣା ଗାଁରେ। ଏହି ଗାଁର ଯୁବକ ପ୍ରଭାତ କୁମାର ଦାସ ଖାଲି ଗାଁର ନାଁ ରଖିନାହାଁନ୍ତି ରାଜ୍ୟ ଏବଂ ଦେଶର ନାଁ ରଖିଛନ୍ତି। ବାପା ପ୍ରଫୁଲ ଦାସ ଓ ମାଆ ଝରଣା ଦାସଙ୍କ ସାନ ପୁଅ ହେଉଛନ୍ତି ପ୍ରଭାତ । ଅଭାବ ଅନଟନ ଭିତରେ ରହି ମଧ୍ୟ ପ୍ରଭାତ କେବେ ହାର ମାନି ନାହାଁନ୍ତି ।

୨୦୦୬ ମସିହାରେ ସାଆନ୍ଦା ଉଚ୍ଚ ବିଦ୍ୟାଳୟରୁ ପାସ କରିବା ପରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଲେ। ବିଜ୍ଞାନ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମାର୍କ ଯୋଗୁଁ ଏଥିରୁ ବଂଚିତ ରହିଥିଲେ ପ୍ରଭାତ। ପରେ ୨୦୧୧ ମସିହାରେ ଢ଼େଙ୍କାନାଳ ସ୍ୱୟଂ ଚାଳିତ ମହାବିଦ୍ୟାଳୟରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଶେଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପରିସଂଖ୍ଯାନ ବିଭାଗରେ ପିଜି ,ଏମ.ଫିଲ ଓ ପି .ଏଚଡି କରି ଡ଼କ୍ଟେରେଟ ଅର୍ଜନ କରିଛନ୍ତି ପ୍ରଭାତ ।

roseyaବାପା ପ୍ରଫୁଲ ଜଣେ ରୋଷେୟା ଭାବରେ ତାଳଚେରର ଏକ ମେସରେ କାର୍ଯ୍ଯ କରୁଥିଲେ । ତେବେ ତାଙ୍କର ଆର୍ଥିକ ରୋଜଗାର ପରିବାର ପ୍ରତିପୋଷଣ କରିବାରେ ସମ୍ଭବ ହୋଇ ନଥିଲା । ପ୍ରଭାତ ନିଜେ ପିଲା ମାନଙ୍କୁ ଟିଉସନ କରି ଯେଉଁ ଦୁଇ ପଇସା ପାଉଥିଲେ ସେଥିରେ ନିଜ ପାଠ ପଢାରେ ଖର୍ଚ୍ଚ କରୁଥିଲେ। ଅଭାବ ଅନଟନ ଭିତରେ ରହି ୨୦୧୯ ମସିହା ଡିସେମ୍ବର ମାସରୁ ଏବେ ପର୍ଯ୍ୟନ୍ତ ସେ ବୌଦ୍ଧ ପଞ୍ଚାୟତ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ଯ କରୁଛନ୍ତି । ପ୍ରଭାତ ଅଧ୍ୟାପକତା କାର୍ଯ୍ଯରେ ରହି ସର୍ବଭାରତୀୟ ସ୍ତରରେ ISS (ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ ) ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ୫୦ ତମ ସ୍ଥାନରେ ରହି ସମଗ୍ର ଜିଲ୍ଲା ଓ ରାଜ୍ଯ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଏ ନେଇ ମାନ୍ଯବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ନେଇ ପରିବାର ଲୋକେ ଓ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।

minister tweet

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.