ଦୁଇବର୍ଷ ପରେ ମହାଆଡ଼ମ୍ବରରେ ପାଳିତ ହେଉଛି ଛତର ଯାତ୍ରା: ମା’ଙ୍କ ଦିବ୍ୟ ଦର୍ଶନ ଲାଭ କଲେ ଲକ୍ଷାଧିକ ଭକ୍ତ

ଭବନିପାଟଣା(କେନ୍ୟୁଜ୍):ଆଜି କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ମହାଆଡ଼ମ୍ବର ସହ ଯାତ୍ରା ହେଉଛି । ଲକ୍ଷାଧିକ ଭକ୍ତ ମା’ଙ୍କ ଦିବ୍ୟ ଦର୍ଶନ ଲାଭ କରିଛନ୍ତି । ବାଣ, ରୋଷଣୀ ଓ ବାଦ୍ୟତାଳରେ ଦୁଲୁକୁଛି ଭବାନୀପାଟଣା । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ତାଳେ ତାଳେ ବାଜୁଛି ଶଙ୍ଖ, ଘଣ୍ଟା ଓ ଢୋଲ। ମହାଷ୍ଟମୀ ମଧ୍ୟ ରାତ୍ରିରେ ମା’ଙ୍କ ପ୍ରତୀକ ସ୍ୱରୁପ ଛତରକୁ ସେବାୟତ ମାନେ ଫାଶି ଡଙ୍ଗର ନିକଟ ଜେନା ଖାଲକୁ ନେଇ ସେଠାରେ ଗୁପ୍ତ ନୀତି କରନ୍ତି ।

ପୂଜା ପରେ ମହାଷ୍ଟମୀ ଏବଂ ମହାନବମୀ ମଧ୍ୟରେ ମା’ଙ୍କ ଛତରକୁ ସେବାୟତ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ କଳାହାଣ୍ଡିର ବିର ବାଦ୍ୟ ଘୁମୁରାର ତାଳେ ତାଳେ ଛତରକୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରେଇଥାନ୍ତି । ପ୍ରତ୍ୟାବର୍ତ୍ତନ ସମୟରେ ଲକ୍ଷାଧିକ ମାନସିକ ଧାରି , ପଶୁ , ପକ୍ଷୀ ଙ୍କୁ ବଳି ଦେବା ଏକ ପ୍ରାଚୀନ ପରମ୍ପରା ରହିଥିବା ବେଳେ ଅଦ୍ୟାବଧି ଚାଲିଛି । ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମକୁ ଆଖିଆଗରେ ରଖି ପୋଲିସ ସୁରକ୍ଷାକୁ କଡା କଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.