ଛତିଶଗଡ଼ର ଦାଦାଗିରି : ଓଡ଼ିଶାକୁ ନ ଜଣାଇ ବନ୍ଦ କଲା ମହାନଦୀ ଉପର ମୁଣ୍ଡ କଲମାରେ ୧୮ ଟି ଗେଟ୍

ପୁଣି ଛତିଶଗଡ଼ର ଦାଦାଗିରି । ଓଡ଼ିଶାକୁ ନଜଣାଇ ମହାନଦୀ ଉପରମୁଣ୍ଡରେ କଲମା ବ୍ୟାରେଜର ୧୮ଟି ବନ୍ଦ କଲା ଛତିଶଗଡ଼ । ଫଳରେ ମହାନଦୀରେ କମିଛି ଜଳ ପ୍ରବାହ । ଜଳଭଣ୍ଡାରର ଜଳ ଧାରଣା କ୍ଷମତା ୬୩୦ ଘନ ଫୁଟ ଥିବା ବେଳେ ଏବେ ୬୨୯ ଦଶମିକ ୩୯ ଘନଫୁଟ ରହିଛି । ପ୍ରତି ସେକେଣ୍ଡରେ ୧୨ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୧୬ ହଜାର ଘନଫୁଟ ଜଳ । ଡ୍ୟାମ୍‌ ଭର୍ତ୍ତି ହୋଇ ନଥିବାରୁ କଲ୍‌ମା ବ୍ୟାରେଜ୍‌ ଗେଟ୍‌ ବନ୍ଦ ନକରିବାକୁ ଛତିଶଗଡ଼କୁ ନିବେଦନ କରିଥିଲା ଓଡ଼ିଶା । ତେବେ ଓଡ଼ିଶାକୁ ନଜଣାଇ କଲ୍‌ମା ବ୍ୟରେଜର ୬୬ଟି ଗେଟରୁ ୧୮ଟି ବନ୍ଦ କରି ଦେଇଛି ଛତିଶଗଡ଼ । ଅଣମୌସୁମୀ ସମୟରେ ଜଳ ପ୍ରଭାବିତ ହେବାର ସମ୍ଭାବନା ଥିବା କହିଛନ୍ତି ମହାନଦୀ ଅବବାହିକା ପରିଚାଳିକା ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ବିଜେଡ଼ି ଏହାକୁ ନିନ୍ଦା କରିବା ସହ କେନ୍ଦ୍ର ସରକାର ଓ ଛତିଶଗଡ଼କୁ ତୀବ୍ର ସମାଲୋଚନା କରିଛନ୍ତି । ବିଜେପି କହିଛି ନିଜ ଅପାରଗତକୁ ଘୋଡ଼ାଇବା ପାଇଂ କେନ୍ଦ୍ର ଉପରେ ରାଜ୍ୟ ଦୋଷ ଲଦୁଛି ।

You might also like