ରାଜ୍ୟ

ଛତିଶା ନିଯୋଗର ବୈଠକ ଶେଷ, ୧୯  ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ ନେଇ ନିଷ୍ପତ୍ତି

ପୁରୀ : ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯  ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ହେବ ନାହିଁ ଓ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ନୀତି ସବ କମିଟି ବୈଠକରେ ସ୍ଵତନ୍ତ୍ର  ନୀତି ନିର୍ଘଣ୍ଟ କରାଯାଇଛି। ପ୍ରତିଦିନ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା  ୭ ଟା ଯାଏଁ କାମ ହେବ ।

ପୂର୍ବରୁ ନାଟମଣ୍ଡପର ଉପରି ଭାଗର ପଥର ଯୋଡେଇ ଓ ସଫା କାର୍ଯ୍ୟ କରାଯାଇଥିଲା। ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ। ୪ ଟି ଷ୍ଟେନ୍ ଲେସ ଷ୍ଟିଲ ବିମ ଲଗାଯିବ। ଏଥିପାଇଁ ଡିଜାଇନ୍ ଚୁଡାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି। ଫେବୃୟାରୀ ୨୩ ତାରିଖ ରାତ୍ର ୨ଟାରୁ ସିଂହଦ୍ଵାର ଫିଟିବା ସହ ରାତି ୧୧ ଟାରେ ରାତ୍ର ପହୁଡ ହେବ। ମରାମତି ସମୟରେ ଦର୍ଶନ ଜାରି ରହିବ। ସେହିପରି ଆଜି ଛତିଶା ନିଯୋଗ ବୈଠକରେ ଦିବ୍ୟାଙ୍ଗ ମାନଙ୍କ ଜଗା ଦର୍ଶନ ପ୍ରସଙ୍ଗରେ ଆଲୋଚନା ହୋଇ କିଛି ପ୍ରସ୍ତାବ ଆସୁଛି।

ଏଣିକି ମାସରେ ଥରେ ଶ୍ରୀମନ୍ଦିର ଭିତରେ ଏବେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଦିବ୍ୟାଙ୍ଗ ଭକ୍ତ। ସେମାନେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପଞ୍ଜିକରଣ କରିବା ପରେ  ସ୍ୱଚ୍ଛାସେବୀମାନେ ସେମାନଙ୍କୁ ଉତ୍ତର ଦେଇ ଦେଇ  ଦର୍ଶନ ପାଇଁ ସହାୟତା କରିବେ।  ଏ ନେଇ ଚୁଡାନ୍ତ ଖସଡ଼ା ଓ ତାରିଖ ଧାର୍ଯ୍ୟ ହେବ। ବୈଠକ ପରେ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହା କହିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ନାଟମଣ୍ଡପ ମରାମତି ଶେଷ ହେବ।ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି କିଭଳି ସୁରୁଖୁରୁରେ ହେବ ଓ ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏ ସମସ୍ତ ଦିଗକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି , ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଛନ୍ତି ରତ୍ନଭଣ୍ଡାର ଉତ୍ତର ପାର୍ଶ୍ଵ କାନ୍ଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଏଏସଆଇ ପକ୍ଷରୁ ଏହାର ମରାମତି ଦାୟିତ୍ଵ ଶୀଘ୍ର ହାତକୁ ନିଆଯିବ। ନଭେମ୍ବର ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ୪୯ ଟି ପଏଣ୍ଟ ରେ ହୋଇଥିଲା ଲେଜର୍ ସ୍କାନିଂ ।

 

Niharanjan

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

10 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

11 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago