ଆଜି ବସିବ ଛତିଶା ନିଯୋଗ ବୈଠକ, ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନ ୫ଟାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିବେ।

ପୁରୀ (କେନ୍ୟୁଜ): ଆଜି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନ ୫ଟାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିବ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିବେ। ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ସେହିପରି ଆସନ୍ତା ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୁଡାନ୍ତ ଓ ଶୃଙ୍ଖଳିତ ନୀତିକାନ୍ତି କରିବା ନେଇ ହେବ ଆଲୋଚନା ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ନେଇ ମଧ୍ୟ ବୈଠକରେ ହୋଇପାରେ ଆଲୋଚନା। ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ। ରଥ ନିର୍ମାଣରେ ବ୍ୟସ୍ତ ମହାରଣା, ଭୋଇ, ରୂପକାର ଓ ଅନ୍ୟାନ୍ୟ ସେବାୟ । ଏବେ ତିନି ରଥର ଚକ ଏବଂ ଅଖ ନିର୍ମାଣ ସରି ୧୪ ନାହାକା ନିର୍ମାଣ ଜାରି ରହିଛି । ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସାରିବା ନେଇ ମଧ୍ୟ ବୈଠକରେ ହେବ ଆଲୋଚନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.