ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ୧୭ ଯବାନ୍‌ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ

ମାଲକାନାଗିରି(କେନ୍ୟୁଜ୍): ଛତିଶଗଡ଼ରେ ନକ୍ସଲ ହମ୍‌ଲାରେ ସହିଦ୍‌ ୧୭ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ। ସୁକମା ଜିଲ୍ଲା ସଦର ମହକୁମାରେ ଶହୀଦ୍‌ ମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଦିଆଯିବ। ସୁକମା ଜିଲ୍ଲା କାସଲପାଡ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମାଓ ଦମନ ଅଭିଯାନରେ ସାରି ଫେରୁଥିଲେ CRPF, STF ଓ DRGର ସୁରକ୍ଷାକର୍ମୀ । ଏତିକିବେଳେ କୋରାଜ ଡୋଙ୍ଗ୍ରି ଜଙ୍ଗଲରେ ମାଓବାଦୀଙ୍କ ଆମ୍ବୁସ୍‌ରେ ଫସି ଯାଇଥିଲେ ଯବାନ । ୧୭ ଯବାନ ସହିଦ ହୋଇଥିବା ବେଳେ ଆହତ ହୋଇଥିଲେ ୧୪ ଜଣ । ଗତକାଲି ସେମାନଙ୍କର ମୃତଦେହ କୋରାଜ ଡୋଙ୍ଗ୍ରି ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ମାରି ସାରିବା ପରେ ମୃତଦେହଗୁଡ଼ିକୁ କ୍ଷତବିକ୍ଷତ କରି ଦେଇଥିଲେ । ଅତି ଅମାନୁଷିକ ଓ ବର୍ବର କାଣ୍ଡ ଘଟାଇଛନ୍ତି ମାଓବାଦୀ । ଯବାନଙ୍କ ଅସ୍ତ୍ରଶସ୍ତ୍ର ବି ଲୁଟି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.