ଶେଷରେ ହାର୍‌ ମାନିଲା ଛତିଶଗଡ଼, ନବରଙ୍ଗପୁର ଖପରାଡ଼ିହି ଗାଁରେ ବସାଇଥିବା ଅସ୍ଥାୟୀ ଟୋଲ୍‌ ଗେଟ୍‌ ହଟାଇଲା

ନବରଙ୍ଗପୁର : ହାର୍‌ ମାନିଲା ଛତିଶଗଡ଼ । ଶେଷରେ ଓଡ଼ିଶା ସୀମାରୁ ଅସ୍ଥାୟୀ ଟୋଲ୍‌ ଗେଟ୍‌ ହଟାଇ ନିଜ ସୀମାକୁ ସ୍ଥାନାନ୍ତର କରିଛି । ଓଡିଶା ଧାନ ଜଗିବାକୁ ବାହାନା କରି ଓଡ଼ିଶା ସୀମା ଭିତରକୁ ଧସେଇ ପଶିଥିଲା ଛତିଶଗଡର ଦେଓଭଗ ପ୍ରଶାସନ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ ଖପରାଡ଼ିହି ଗାଁ ଭିତରକୁ ପଶି ବସାଇଥିଲେ ଅସ୍ଥାୟୀ ଗେଟ୍‌ । ଗ୍ରାମବାସୀ ଏହାର ବିରୋଧ କରିବା ସହ ଗେଟ୍‌କୁ ହଟାଇବା ପାଇଁ ଦାବି କରିଥିଲେ । ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ଚନ୍ଦାହାଣ୍ଡି ପ୍ରଶାସନ ।

ତହସିଲଦାର ହୃଦାନନ୍ଦ ସିଂ ମାଝି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଜମି ମାପଚୁପ କରିଥିଲେ । ଫାଟକ ନିର୍ମାଣ ହୋଇଥିବା ସ୍ଥାନଟି ଓଡିଶାର ବୋଲି ଜଣାପଡିଥିଲା । ପରେ ଛତିଶଗଡ ଦେଓଭୋଗ ଏସଡିଏମ୍‌ ଆସିବା ପରେ ଉଭୟ ପ୍ରଶାସନ ପକ୍ଷରୁ ମାପଚୁପ କରାଯାଇଥିଲା। ଉଭୟ ପ୍ରଶାସନର ଆଲୋଚନା ପରେ ନିଜର ଭୁଲ୍‌ ସ୍ୱୀକାର କରିବା ସହ ଫାଟକ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଥିଲା ଛତିଶଗଡ଼ ।

Leave A Reply

Your email address will not be published.