ରାଜଧାନୀରେ କମିଲା କୁକୁଡ଼ା ମାଂସ ଦର, ହେଲେ ଖାଇବାକୁ ବାରଣ କଲେ ମେୟର

ଭୁବନେଶ୍ୱର : ଯଦି ଆପଣ ନନଭେଜ୍‌ ଲଭର ତାପୁଣି ଚିକେନ୍ ର ତାହା ହେଲେ ଆପଣଙ୍କ ପାଇଁ ପୁରା ଖୁସି ଖବର । କହିବାକୁ ଗଲେ ଆମିଷ ଲଭରଙ୍କ ପାଇଁ ଡବଲ ମଜା । ଚାଲିଛି ବର୍ଷା ପାଗ । ଆଉ ଏଇ ପାଗରେ ଗରମା ଗରମ ଚିକେନ୍ ପକୋଡା ହେଉ କି କଷାର ମଜା ନେବା ପାଇଁ କାହାକୁ ବା ଭଲ ନଲାଗିବ । ତେବେ ଆସନ୍ତୁ ଜାଣିବା କଣ ସେହି ଖୁସି ଖବର ।

ଆଜ୍ଞା ପିପିଲି ବାର୍ଡ ଫ୍ଲୁ ର ପ୍ରଭାବ । ଯାହାକୁ ନେଇ ରାଜଧାନୀର କୁକୁଡ଼ା ମାଂସ ବଜାରରେ ପଡ଼ିଛି ଲିମିଟେଡ୍‌ ପିରିୟଡ୍‌ ଅଫର୍‌  । ଯେଉଁ ଭୁବନେଶ୍ୱର ଚିକେନ୍ ଦର ୨୫୦ରୁ ୨୮୦ ଯାଏ ଦରରେ ବିକ୍ରି ଚାଲିଥିଲା ସେଇଠି ଖସିଛି ଦର । ଏବେ ଚିକେନ୍ କିଲୋ ପିଛା ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି । ବୁଝିଲେ ତ ଡବଲ ମଜାଟା କଣ । ପ୍ରଥମରେ ବର୍ଷା ପାଗକୁ ଦ୍ଵିତୀୟରେ  କମିଲା ଚିକେନ୍ ଦର । ତଥାପି ବାର୍ଡଫ୍ଲୁକୁ ନେଇ ମନରେ ଆଶଙ୍କା ।

ତେବେ ଏପଟେ ବାର୍ଡଫ୍ଲୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବା ପାଇଁ ଦୋକାନୀଙ୍କୁ ପରାମର୍ଶ ଦେଇଛି ବିଏମସି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କୁକୁଡ଼ା ବା ପକ୍ଷୀଙ୍କର ଅସ୍ଵାଭାବିକ ମୃତ୍ୟୁ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାଇବାକୁ କୁହାଯାଇଛି ।

ଅପରପଟେ ବାର୍ଡଫ୍ଲୁ ପ୍ରସଙ୍ଗରେ ମତ ରଖିଛନ୍ତି ଭୁବନେଶ୍ୱର ମେୟର । ସେ କହିଛନ୍ତି ଭୁବନେଶ୍ୱର ଆଖପାଖ ଅଂଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଦେଖାଦେଇଛି । ରାଜଧାନୀବାସିନ୍ଧାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଗୋଟିଏ ନିର୍ଦ୍ଦେଶନାମ ଜାରି କରାଯାଇଛି । ବାହାରୁ କୌଣସି କୁକୁଡ଼ା ନ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ କୁକୁଡ଼ା କ୍ରୟ ନ କରିବାକୁ ଦୋକାନୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଯେଉଁ ଦୋକାନୀମାନେ ନିର୍ଦ୍ଦେଶକୁ ଅବମାନନା କରିବେ ତାଙ୍କ ଉପରେ କାଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ତଥାପି ଏବେ ସ୍ଥିତି ନ ସୁଧୁରିବା ଯାଏ ଖାଇବାକୁ ବାରଣ କରିଛନ୍ତି ମେୟର ।

ତେବେ ରାସ୍ତା କଡ଼ରେ କୁକୁଡ଼ା ମାଂସରେ ପ୍ରସ୍ତୁତ ନାନା ରକମର ଖାଦ୍ୟ ପାଇଁ ପ୍ରବଳ ଭିଡ଼ ଜମୁଥିବାବେଳେ, କେତେକ ଦୋକାନୀ ଏବେ ଏଥି ପ୍ରତି ସତର୍କତା ଅବଲମ୍ବନ କଲେନି ।  ଏବେ ସେମାନେ ଦେଖି ପାରଖି କୁକୁଡା କିଣୁଛନ୍ତି । ବାର୍ଡ ଫ୍ଲୁ ପରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ଛାନିଆ ହୋଇଯାଇଛନ୍ତି । ଚିକେନ୍ ବଦଳରେ ମାଛ ଓ ଖାସି ମାଂସ ବେପାର ଜମୁଛି । ତଥାପି ସରକାରଙ୍କ ନିମୟ ମାନି ବାର୍ଡ଼ ଫ୍ଲୁ ସଂକ୍ରମଣ ଅଞ୍ଚଳରୁ କୁକୁଡା ନ କିଣିଲେ ଭୟ କରିବାର କିଛି ନାହିଁ ତଥାପି ନିଜେ ସତର୍କ ରଖିବାଟା ଠିକ୍ ।

ଏପଟେ ସୂଚନା ଥାଉକି, ଆମିଷ ବାରରେ ରାଜଧାନୀକୁ ଦିନକୁ ପ୍ରାୟ ୮୦ କୁଇଣ୍ଟାଲରୁ ଅଧିକ ଚିକେନ୍ ଆମଦାନୀ ହୋଇଥାଏ । ଅଧିକାଂଶ କୁକୁଡା ପିପିଲି ରୁ ଆସିଥାଏ । ହେଲେ ବାର୍ଡଫ୍ଲୁ ପାଇଁ ପିପିଲିରୁ ଚିକେନ୍ ଆମଦାନୀ ଏବେ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏବେ କଟକରୁ ଚିକେନ୍ ଆସୁଥିଲେ ମଧ୍ୟ ବିକ୍ରି କମିଛି । ଫଳରେ ୮୦ କୁଇଣ୍ଟାଲରୁ କମି ଏବେ ଭୁବନେଶ୍ୱରକୁ ମାତ୍ର ୫ ରୁ ୧୦କୁଇଣ୍ଟାଲ ଚିକେନ୍‌ ଆସୁଥିବା ଜଣାପଡ଼ିଛି ।