୨୪ ତାରିଖ ସୁଦ୍ଧା ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କର, ଏଏସଆଇର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ୨୪ ତାରିଖ ସୁଦ୍ଧା ପୁରୀ ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସଆଇର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଆସନ୍ତା ୨୪ରୁ ଦଶହରା ଷୋଳ ପୂଜା ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବ । ପରେ ପରେ କାର୍ତ୍ତିକ ମାସ ଯୋଗୁଁ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଚାଲିବ ।

ତେଣୁ ଯଥାଶୀଘ୍ର ସର୍ଭେ ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଗୁରୁତ୍ବରୋପ କରିଛନ୍ତି  । ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ସରିବା ପରେ ଏ.ଏସ୍.ଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ ହାତକୁ ନିଆଯିବ  । ମରାମତି କାର୍ଯ୍ଯ ଶେଷ କରିବା ପରେ ଅଳଙ୍କାର ଗଣତି ତଥା ମଣତି କରାଯାଇ ପାରିବ  ।

ତେଣୁ ଏହି ପ୍ରସଙ୍ଗର ଗୁରୁତ୍ବ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଗତକାଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ନେତୃତ୍ୱରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ କରାଯାଇଥିଲା  । ୪ ଘଣ୍ଟାରୁ ଅଧିକ ସମୟ ଧରି ବାହାର ଓ ଭିତର ରତ୍ନଭଣ୍ଡାରର ଭର୍ଟିକାଲ୍ ଓ ହରାଇଜୋଣ୍ଟାଲ ଲେଜର୍ ସ୍କାନିଂ କରାଯାଇଛି । ଫିଜିକାଲ ଅନୁଧ୍ୟାନରୁ ସୁଡ଼ଙ୍ଗ ନେଇ କୌଣସି ସଂକେତ ମିଳି ନାହିଁ । ଜିପିଆରଏସ ସର୍ଭେ ପରେ ଚିତ୍ର ସ୍ପଷ୍ଟ ହେବ । ଏନଜିଆରଆଇ ଟିମ ଖୁବ ଶୀଘ୍ର ଜିପିଆରଏସ ସର୍ଭେ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like