ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍

ବଲାଙ୍ଗୀର: ଭିଜିଲାନସର ବଡ଼ ଧରଣର ଚଢ଼ାଉ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ । ଭୁବନେଶ୍ବର ପୁରୀ, କଟକ , ଅନୁଗୁଳ, ବଲାଙ୍ଗୀରରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି। ଅତିରିକ୍ତ ଏସପି ଏସ କେ ବିଶ୍ଵାଳଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ ।
ଭୁବନେଶ୍ବରର ୪ଟି ସ୍ଥାନରେ ଜେରା କରୁଛି ଭିଜିଲାନ୍ସ। ନୟାପଲ୍ଲୀରେ ଦୁଇ ମହଲା କୋଠା, ନିଳାଦ୍ରୀବିହାରରେ ଥିବା ୩ ମହଲା ବାସଭବନରେ ରେଡ୍ ଚାଲିଛି । ପୁରୀ ଗ୍ରାଣ୍ଡ ରୋଡରେ ଥିବା ଫ୍ଲାଟ, କଟକ ଗୁରୁଡିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶୋରନଗରରେ ପୁଅଙ୍କ ଘରେ ରେଡ୍ କରାଯାଉ ଛି। ବଲାଙ୍ଗିର ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଉଛି । ବ୍ୟାଙ୍କ ପାସ ବୁକ୍, ଚେକ୍ ବୁକ୍ ଆଦିର ଯାଞ୍ଚ କରାଯାଇଛି । ରେଡରେ୨ ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି, ୬ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସେହିପରି ଗତକାଲି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର RW ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବଥର୍ଲା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ବିଲ କରାଇ ଦେବା ପାଇଁ ଠିକାଦାର ଜୟନ୍ତ କୁମାର ମେହେରଙ୍କ ଠାରୁ ସେ ପଚାଶ ହଜାର ଲାଞ୍ଚ ନେଉଥିଲେ । ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା ।