ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟେରା, ନଗଦ ୪୬ ଲକ୍ଷ ଟଙ୍କା ଓ ୫ ଶହ ଗ୍ରାମ ସୁନା ଜବତ

ଭୁବନେଶ୍ୱର : ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଘରୁ ନଦର ୪୬ ଲକ୍ଷ ଟଙ୍କା ୪୫ ହଜାର ଟଙ୍କା ଜବତ । ୩ କୋଟି ୪୨ଲକ୍ଷରୁ ରହିଛି ଅଧିକ ଟଙ୍କାର ଜମା ଓ ବୀମା । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ବାସଭବନ ଓ କାର୍ଯ୍ଯାଳୟରେ ଚଢଉ କରିଛି ଭିଜିଲାନ୍ସ ।  ଏକକାଳୀନ ୧୧ଟି ସ୍ଥାନରେ ହୋଇଛି ଚଢଉ । ରେଡ ବେଳେ ହରିହର ରାଓଙ୍କ ସଂପତ୍ତି ଦେଖି ଭିଜିଲାନ୍ ସ ଆଖି ଟେରା ।

ଗୋଟିଏ ୩ମହଲା ବିଲଡିଂ ସହ ୨ଟି କୋଠା ରହିଥିବା ବେଳେ କେତେକ ବେନାମୀ ଫ୍ଲାଟ ମଧ୍ୟ ରହିଥିବା ଜଣାପଡ଼ିଛି। ବ୍ରହ୍ମପୁର ଭାବିନୀପୁରରେ ୨୧ଶହ ବର୍ଗଫୁଟର ଏକ ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩ହଜାର ବର୍ଗଫୁଟର କୋଠା ରହିଛି। ସେହିପରି ବ୍ରହ୍ମପୁର ବୈଦ୍ୟନାଥପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି।

ଭୁବନେଶ୍ବର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ବେନାମୀ ଫ୍ଲାଟ ଥିବା ଜଣାପଡ଼ିଛି। ଭୁବନେଶ୍ବର ଓ ବ୍ରହ୍ମପୁରରେ ୪ଟି ପ୍ଲଟ ରହିଛି। ଚଢଉ ବେଳେ ଜବତ ହୋଇଛି ପ୍ରାୟ ଅଧ କିଲୋରୁ ଅଧିକ ସୁନା। ସଂପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଟଙ୍କା ଠାବ ହୋଇଛି। ବ୍ରହ୍ମପୁରରେ ଭିଣୋଇଙ୍କ ଘରୁ ଜବତ ୪୬ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି। ହରିହରଙ୍କର ଏକ ଫୋର ହ୍ବିଲର ଓ ଏକ ଦୁଇଚକିଆ ଗାଡ଼ି ରହିଛି। କେମିତି ଏତେ ଟଙ୍କାର ସଂପତ୍ତି କଲେ ତାର ତନାଘନା ଚଳାଇଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like