ଗିରଫ ହେଲେ କୁବେର ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର, ଅଳଙ୍କାର ଓ ସଂପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର : ଗିରଫ ହେଲେ କୁବେର ଯନ୍ତ୍ରୀ । ଭିଜିଲାନ୍ସ ରେଡ ବେଳେ ପୂର୍ବତନ ଆର ଆଣ୍ଡ ବି ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଅଳଙ୍କାର ଓ ସଂପତ୍ତି ଦେଖି ଭିଜିଲାନ୍ ସ ଆଖି ଟେରା । ବାବୁଙ୍କ ବିଳାସପୂର୍ଣ୍ଣ ଘରରୁ ମଳିଛି ଅଢ଼େଇ କିଲୋ ସୁନା । କେବଳ ସୁନା ନୁହେଁ ୩୭୦ ଗ୍ରାମର ହୀରା ଗହଣା ମଧ୍ୟ ମିଳିଛି ।

୬ ଲକ୍ଷ ନଗଦ ଟଙ୍କା ଏବଂ ୨ କୋଟି ଟଙ୍କାର ଜମା ରାଶି ମିଳିଛି। ନୟାପଲ୍ଲୀ ଓ CRP HDFC ଓ ଆସ୍କିସ ବ୍ୟାଙ୍କ ରେ ଦୁଇଟି ଲକର ଠାବ  । ୭ ଟି ପ୍ଲଟ ଏବଂ ଭୁବନେଶ୍ବର ଓ ଝାରସୁଗୁଡ଼ା ରେ ୧୦ଟି ଦାମୀ ଘର ଠାବ କରିଛି ଭିଜିଲାନ୍ସ । କେବଳ ଭୁବନେଶ୍ବରର ସମ୍ଭ୍ରାନ୍ତ ଅଞ୍ଚଳରେ ରହିଛି ସାତଟି ଆଲିସାନ ଫ୍ଲାଟ । ମର୍ସିଡିଜ ବେଞ୍ଜ ଓ କିଆ ସେଲଟୋସ ଭଳି ଦୁଇଟି ବିଳାସ ପୂର୍ଣ୍ଣ ଗାଡ଼ି ଠାବ କରିଛି ଭିଜିଲାନ୍ସ  ।

୧୩ଲକ୍ଷ ଟଙ୍କାର ବ୍ରାଣ୍ଡେଡ ଘଡ଼ି ଓ ବିଭିନ୍ନ ବ୍ୟାଙ୍କରେ ୨କୋଟି ୭୦ ଲକ୍ଷ ଟଙ୍କାର ଡିପୋଜିଟ ରହିଛି । ଆମେରିକା, ଥାଇଲାଣ୍ଡ, ଭିଏତନାମ, ୟୁଏଇ, କାନାଡା, ସିଙ୍ଗାପୁର ଭଳି ଦେଶର ବିଦେଶୀ ମୁଦ୍ରା ରହିଛି । ଏହା ବାଦ ସେୟାର ବଜାରରେ ଲାଗିଥିବା ଟଙ୍କାର ମୂଲ୍ୟାୟନ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାରାପ୍ରସାଦ ମିଶ୍ରଙ୍କ ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଏକକାଳୀନ ହୋଇଥିଲା ଚଢଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.