ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଦିବସ ସମାରୋହ: ଯୋଗଦେଲେ ଓଡିଶା ହାଇକୋର୍ଟର ବିଚାରପତି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସମାରୋହରେ ଓଡିଶା ହାଇକୋର୍ଟର   ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ  ଅତିଥିଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଆଇନଜୀବୀ ମାନଙ୍କୁ ପ୍ରତିଶୋଧ ପରାୟଣ ହୋଇ କେସ ନଲଢ଼ିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯାଜପୁର ଜିଲ୍ଲା ଦୈାରା ଜଜ୍ ଶ୍ରୀକାନ୍ତ ମିଶ୍ର ଯୋଗଦେଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଚଣ୍ଡିଖୋଲ କୋର୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିସହ କୋର୍ଟର ରହିଥିବା ସମସ୍ୟା ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ପୂରଣ କରିବା ଦିଗରେ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

chandikhol2

ଆସୋସିଏସନର ସଭାପତି ଦେବରାଜ ବେହେରା ଏଠାରେ ଏଡିଜେ କୋର୍ଟ ଖୋଲିବା ପାଇଁ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ଅସୋସିଏସନ ପକ୍ଷରୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ବହୁ ଆଇନଜୀବୀ ଓ ଚଣ୍ଡିଖୋଲ ଅଂଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଏହି ସମାରୋହ ୩ଦିନ ଧରି ଚାଲିବ ବୋଲି ଆସୋସିଏସନର ସମ୍ପାଦକ ପ୍ରକାଶ ଦାସ ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.