ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ, ଟ୍ୱିଟ କରି ଦେଲେ ଏମିତି ଜବାବ

ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓଡ଼ିଶା ଅସ୍ମିତାର ସବୁଠାରୁ ବଡ଼ ପ୍ରତୀକ। ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ଅତ୍ୟନ୍ତ ନିନ୍ଦନୀୟ। ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ବରେ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ପୁରୀ ବିଜେପି ସାଂସଦ ପ୍ରାର୍ଥୀଙ୍କ ମନ୍ତବ୍ୟ ପରେ ସାରା ଦେଶରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ମହାପ୍ରଭୁ ଜଗନ୍ନାଥ ଜଗତର ଠାକୁର । ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ଅସମ୍ମାନ । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଆଘାତ ଦେଇଛି । କୋଟିକୋଟି ଓଡ଼ିଆଙ୍କ ଭାବାବେଗ ପ୍ରତି କୁଠାର ଘାତ ହୋଇଛି ।

 

ପୁରୀ ବିଜେପି ସାଂସଦ ପ୍ରାର୍ଥୀଙ୍କ ମନ୍ତବ୍ୟ ଉପରେ ସୋସିଆଲ ମିଡିଆ Xରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଓଡ଼ିଶା ଅସ୍ମିତାର ସବୁଠାରୁ ବଡ଼ ପ୍ରତୀକ। ମହାପ୍ରଭୁଙ୍କୁ ଜଣେ ବ୍ୟକ୍ତିଙ୍କ ଭକ୍ତ କହିବା ଅତ୍ୟନ୍ତ ନିନ୍ଦନୀୟ। ପୁରୀ ଲୋକସଭା ବିଜେପି ପ୍ରାର୍ଥୀଙ୍କ ମନ୍ତବ୍ୟକୁ ଘୋର ପ୍ରତିବାଦ କରିଛନ୍ତି ନବୀନ। ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ବରେ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କରି ଓଡ଼ିଆ ଅସ୍ମିତାକୁ ଆଘାତ ଦେଇଛନ୍ତି। ଓଡ଼ିଶାବାସୀ ବହୁତ ଦିନ ପର୍ଯ୍ୟନ୍ତ ମନେରଖି ଏହାକୁ ନିନ୍ଦା କରିବେ ବୋଲି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ।

 

 

 

Leave A Reply

Your email address will not be published.