ରାଉରକେଲାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ବଜ୍ରପାତ ଘଟି ଦୁଇ ଜଣ ଖେଳାଳିଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ଦେଲେ ଏକଲକ୍ଷ ଟଙ୍କା ଲେଖାଏଁ ସମବେଦନା ମୂଳକ ସହାୟତା

ରାଉରକେଲା(କେନ୍ୟୁଜ୍): ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ବଜ୍ରପାତରେ ପ୍ରାଣ ହରାଇଥିବା ଦୁଇ ଜଣ ଖେଳାଳି ଙ୍କ ମୃତ୍ୟୁ ରେ ମର୍ମାହତ ହୋଇ ପରିବାର ଙ୍କୁ ମୂଖ୍ୟମନ୍ତ୍ରୀ ଏକଲକ୍ଷ ଟଙ୍କା ଲେଖାଏଁ ସମବେଦନା ମୂଳକ ସହାୟତା ପ୍ରଦାନ କଲେ। ମନ୍ତ୍ରୀ ପ୍ରିତୀ ରଞ୍ଜନ ଘଡେ଼ଇ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ନାଏକ ଉଭୟ ପରିବାର ଙ୍କୁ ମୂଖ୍ୟମନ୍ତ୍ରୀ ଙ୍କ ସମବେଦନା ମୂଳକ ଅର୍ଥ ପ୍ରଦାନ କରିଛନ୍ତି।

ଉଭୟ ପରିବାର ପକ୍ଷରୁ ମୃତ ଖେଳାଳୀ ଦ୍ବୟଙ୍କ ଚକ୍ଷୁ ସ୍ବଇଚ୍ଛାରେ ଦାନ କରିବା ଯୋଗୁଁ ଉଭୟ ପରିବାରଙ୍କୁ ପ୍ରଶଂସା ମାନପତ୍ର ମନ୍ତ୍ରୀ ଶ୍ରୀ ଘଡେ଼ଇ ପ୍ରଦାନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.