ରାଜ୍ୟ

ସମ୍ବିତ ପାତ୍ରଙ୍କ ମନ୍ତବ୍ୟରେ ଖୁବ ଆଘାତ ପାଇଛନ୍ତି ମୁଖ୍ୟମନ୍ତ୍ରୀ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ମହାପ୍ରଭୁଙ୍କୁ ନେଇ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଲା ବିରୋଧ। ଏହା ଉପରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପି ଓଡ଼ିଆ ଅସ୍ମିତାର କଥା କହୁଛି । ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ରାଜନୀତି ଠାରୁ ଊର୍ଦ୍ଧ୍ବରେ ମହାପ୍ରଭୁଙ୍କୁ ରଖାଯିବା ଉଚିତ । ଭଗବାନ ଅବିନଶ୍ବର ଆମେ ନଶ୍ବର । ଏହି ଦୁଇଟିକୁ ଏକାଠି କରାଯିବା ଉଚିତ ନୁହେଁ । ସମ୍ବିତ ପାତ୍ରଙ୍କ ଏପରି ମନ୍ତବ୍ୟରେ ଖୁବ ଆଘାତ ପାଇଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥଙ୍କୁ ନେଇ ରାଜନୀତି କରାଯିବାରେ ମୁଖ୍ୟମନ୍ତ୍ରୀ ମର୍ମାହତ ।

ଧର୍ମ କିମ୍ବା ମହାପ୍ରଭୁଙ୍କୁ ନେଇ ରାଜନୀତି କରିବାକୁ ଓଡ଼ିଶାବାସୀ ଭଲ ପାଆନ୍ତି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ। ପ୍ରଥମ ଥର ଏହା ହୋଇନାହିଁ । ୨୦୧୯ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ଏପରି କରିଥିଲା । ସେମାନେ ସବୁ ବେଳେ ଧର୍ମ ଓ ଜଗନ୍ନାଥଙ୍କ ସହ କିଛି ନା କିଛି ଯୋଡ଼ନ୍ତି । ଏହା ତାଙ୍କର ଏକ ରାଜନୈତିକ ଚାଲ । ସମ୍ବିତ ପାତ୍ର ଉପବାସ ରଖିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡିଆନ । ସେ ଠିକ ଭାବେ ଖାଆନ୍ତୁ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ନିର୍ବାଚନକୁ ତିନି ଦିନ ଅଛି । ସେ ମୂର୍ଚ୍ଛା ନହେବା ଦରକାର ବୋଲି କହିଛନ୍ତି ପାଣ୍ଡିଆନ ।

Niharanjan

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

9 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

13 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

16 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

22 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

34 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

40 mins ago