୬ଟି ସେପ୍ଟେଜ୍ ବିଶୋଧନାଗାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧନୀରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଫିକାଲ୍ ସ୍ଲଜ୍ ଓ ସେପ୍ଟେଜ୍ ମ୍ୟାନେଜମେଣ୍ଟର ଜାତୀୟ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ଢେଙ୍କାନାଳ, ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା ଠାରେ ନିର୍ମିତ ୬ଟି ସେପ୍ଟେଜ୍ ବିଶୋଧନାଗାରର ଲୋକାର୍ପଣ କରିଛନ୍ତି । ଏହି ବିଶୋଧନାଗାର ଗୁଡିକ ବର୍ତ୍ତମାନ ପାଇଖାନାରୁ ବାହାରୁଥିବା ମଳକୁ ବିଶୋଧନ କରି ଯଥୋଚିତ ଭାବେ ସଂପୃକ୍ତ ସହରମାନଙ୍କ ନିକଟରେ ପ୍ରବାହିତ ନଦୀ ତଥା ଅନ୍ୟାନ୍ୟ ଜଳ ଉତ୍ସକୁ ପ୍ରଦୁଷଣ ରୁ ରକ୍ଷା କରିବ । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଅମୃତ ଯୋଜନା ମାଧ୍ୟମରେ ୧୧ଟି ସହରରେ ଏହି ବିଶୋଧନାଗାରା ନିର୍ମାଣ ପାଇଁ କାର୍ଯ୍ଯ କରାଯାଉଛି । ଏହାଦ୍ୱାରା ସହରାଞ୍ଚଳର ୬୦ ଭାଗ ଲୋକ ଉପକୃତ ହେବେ ।