ଶେରଗଡ଼, ହିଂଜିଳିକାଟୁ ଓ ଛତ୍ରପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ

ଗଂଜାମ (କେନ୍ଯୁଜ୍) : ଦିନିକିଆ ଗଂଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେରଗଡ଼, ହିଂଜିଳିକାଟୁ ଓ ଛତ୍ରପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଥମେ ଶେରଗଡ଼ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଶିଳ୍ପ ତାଲିମ୍ କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡିଆରଡିଏ କୋଠାର ଉଦଘାଟନ କରିଥିଲେ ।
ସେହିପରି ବିଜୁ ପକ୍କା ଘର ଯୋଜନାରେ ଘର ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଶେରଗଡ଼ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ହିଞ୍ଜିଳିକାଟୁରେ ମଧ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ଛତ୍ରପୁର ଯାଇ ସେଠାରେ ନବନିର୍ମିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ ।