କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ପରିସରରେ ବର୍ଷାପାଣି ଜମିବା ପ୍ରସଙ୍ଗରେ ଚିଠି ଲେଖିଛନ୍ତି ନବୀନ। ଏହାର ପ୍ରତିକାର କରିବା ଓ ପଦକ୍ଷେପ ନେବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ନବୀନ ଉଲ୍ଲେଖ କରିଛନ୍ତି। ମନ୍ଦିର ପରିସରରେ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା କରିବା ପାଇଁ କହିଛନ୍ତି ନବୀନ।

letterଚିଠିରେ ସେ ଉଲ୍ଲେଖ କରିଛନ୍ତି, ଏଏସ୍ଆଇ ଅନୁମତି ଦେଲେ, ରାଜ୍ୟ ସରକାର ମଧ୍ୟ ଜଳ ନିଷ୍କାସନ କାମ କରି ପାରିବେ। କୋଣାର୍କ ମନ୍ଦିରରେ ଏମିତି ବାରମ୍ବାର ବର୍ଷାପାଣି ଜମୁଛି। ମନ୍ଦିର ପରିସରରେ କୃତ୍ରିମ ବନ୍ୟା ସ୍ଥିତିର ସ୍ଥାୟୀ ପ୍ରତିକାର ଆବଶ୍ୟକ। ଏନେଇ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

Leave A Reply

Your email address will not be published.