ହକି ଖେଳାଳିଙ୍କୁ ଅପ୍ୟାୟିତ କଲେ ନବୀନ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ବକପ୍ ଖେଳାଳି ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟଠନାୟକ ମଧ୍ୟାହ୍ନ ଭୋଜନରେ ଅପ୍ୟାୟିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମରେ ପହଁଚିତ ଖେଳାଳି ମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ବିଭିନ୍ନ ଦେଶର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲା। ବେଶ କିଛି ସମୟ ଖେଳାଳି ମାନଙ୍କ ସହିତ କଟାଇ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରୁ ଫେରିଥିଲେ। ନବୀନଙ୍କ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚଉଦତମ ହକି ବିଶ୍ବକପ୍ ଆୟୋଜିତ ହେଉଛି। ସେ ନିଜେ ଉପସ୍ଥିତ ରହି ସବୁକିଛି ତଦାରଖ କରୁଛନ୍ତି। ଆଜି ବିଶ୍ବକପ୍ ଉଦଯାପନ ଦିବସରେ ନବୀନ ଖେଳାଳିମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ସେମାନଙ୍କୁ ହକିବିଶ୍ବକପ୍ ପାଇଁ ଧନ୍ୟବାଦ ଜଣାଇଛନ୍ତି।