ଆସନ୍ତା ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରେ ଡାକୋଟାର ଉଦଘାଟନ କରିପାରନ୍ତି ମୁଖ୍ୟମନ୍ତ୍ରୀ, ସୋମବାର ସୁଦ୍ଧା ଫ୍ୟୁଜଲେସ୍‌ ଲଗାଯିବ

ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ ଏୟାରପୋର୍ଟରେ ରଖାଯାଇଛି। ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି । ଅନ୍ୟ ଅଂଶଗୁଡ଼ିକୁ ଧୀରେ ଧୀରେ ଅଣାଯିବ ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଏୟାରପୋର୍ଟ ସାମନାରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା। ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ ଏୟାରପୋର୍ଟରେ ରଖାଯାଇଛି। ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି । ଅନ୍ୟ ଅଂଶଗୁଡ଼ିକୁ ଧୀରେ ଧୀରେ ଅଣାଯିବ । ଆସନ୍ତା ସୋମବାର ସୁଦ୍ଧା ଫ୍ୟୁଜଲେସ୍‌ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଇଞ୍ଜିନ୍‌ ଓ ଉଇଙ୍ଗସ୍‌ ଲଗାଯିବ। । ରି-ଆସେମ୍ବଲ ପରେ ବିମାନବନ୍ଦର ଟର୍ମିନାଲ-୧ ବିଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଡାକୋଟା ପ୍ଲେନକୁ ରଖାଯିବ ।

ଆସନ୍ତା ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିପାରନ୍ତି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିର ସନ୍ତକ ଡାକୋଟା ବିମାନର ଲମ୍ବ ପ୍ରାୟ ୬୪.୮ ଫୁଟ୍‌ । ଡେଣାକୁ ମିଶାଇଲେ ଲମ୍ବ ପ୍ରାୟ ୯୫ ଫୁଟ୍‌ ହେବ। ଦୀର୍ଘବର୍ଷ ଧରି କୋଲକାତା ଏୟାରପୋର୍ଟରେ ଏହା ପଡ଼ି ରହିଥିଲା। ପ୍ରାୟ ୮ଟନ ଓଜନ ଏହି ଡାକୋଟା ବିମାନକୁ ଗତମାସରେ କୋଲକାତା ବିମାନବନ୍ଦରରୁ ଓଡ଼ିଶା ଫେରାଇ ଆଣିଛନ୍ତି ରାଜ୍ୟ ସରକାର । ଦୀର୍ଘଦିନ ଧରି କୋଲକାତା ବିମାନବନ୍ଦିରରେ ପଡିରହିବ ଯୋଗୁ ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି।…