ଡବଲ ଡେ଼କର ବସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଗାଡ଼କଣରୁ ଜନତା ମୈଦାନ ଗଡ଼ିଲା ବସ
ଭୁବନେଶ୍ୱର : ଓଡ଼ିଶା ରେ ଆଜି ଠୁ ବିଧି ବଦ୍ଧ ଭାବେ ଗଡିଲା ଡବଲ decker bus,ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ । ସହରୀ ପରିବହନ ବ୍ୟବସ୍ଥାରେ ଏହି ବସ ସେବା ବଡ ସହାୟକ ହେବ। ସ୍ୱତନ୍ତ୍ର ଭାବେ ଏହି ସେବା ପ୍ରବାସୀ ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ୫ ଟି ଡବଲ decker ବସ ସହ 10 ଟି hop ଅନ hop ଅଫ (ହୋହୋ )ବସ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ଏହାସହ ଶ୍ରୀ ମନ୍ଦିର ପ୍ରଶାସନ ର ଇ ବସ ମଧ୍ୟ ଲୋକାର୍ପଣ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସ ଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।କ୍ରୁଟ ଏହି ସବୁ ପରିଚାଳନା କରିବ। ପତାକା ଦେଖାଇ ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ମନ୍ତ୍ରୀ ମାନେ double decker ବସ ରେ ବସି ଜନତା ମଇଦାନ ଗସ୍ତ କରିଛନ୍ତି ।
ସେଠାରେ ପ୍ରବାସୀ ଭାରତୀୟ ଦିବସର ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ର କହିଛନ୍ତି ୫ଟି ଡବଲଡେ଼କର ବସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅନ୍ୟ ନୂଆ ବସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ ନିଆରା ଅନୁଭୂତି ଥିଲା ସେଥିରେ ବସିବା । ଏହି ବସରେ ପ୍ରବାସୀ ମାନେ ପୁରୀ ଓ କୋଣାର୍କ ଯାତ୍ରା କରିବେ । ପ୍ରବାସୀ ଭାରତୟ ଦିବସ ସାରିବା ପରେ ଏହା ରୁଟରେ ଚାଲିବ। ପ୍ରବାସୀ ସମ୍ମିଳନୀ ପରିସର ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ ସବୁ କାର୍ଯ୍ୟ ସରିଛି ଯାହା କିଛି କିଛି ଅଛି ତାହା ସରିଯିବ । ଅନ୍ୟପଟେ ପ୍ରଥମ ଥର ଲାଗି ଦିବ୍ୟାଙ୍ଗ ମାନଙ୍କ ଲାଗି ରହିଛି ଲିଫ୍ଟି ବ୍ୟବସ୍ଥା।
ଏହି ବସ ରେ ଦିବ୍ୟାଂଗ ମାନେ ବସିବା ଲାଗି ନିଜ ହୁଇଲ ଚେୟାର ରୁ ଓହ୍ଲାଇବେ ନାହିଁ କି କାହାରି ସାହାରା ନେବେ ନାହିଁ। ଯେଉଁ ଦିବ୍ୟାଙ୍ଗ ମାନେ ବିନା ହୁଇଲ ଚେୟାର ହେଉ କି ଅନ୍ୟ କାହାରି ସାହାରା ନେଇ ବସ୍ ରେ ଯିବା ପାଇଁ ପ୍ରୟାସ କରୁଛନ୍ତି ତାହା ମଧ୍ୟ କରିବାକୁ ପଡ଼ିବ ନାହିଁ। ବସ ରେ ଚଢିବା ଯେହେତୁ ବଡ କଷ୍ଟକର ଅଟେ ତେଣୁ ଏହି ବସ ରେ ରହିଛି ଲିଫ୍ଟିଂ ବ୍ୟବସ୍ଥା।
ସାଧାରଣ ଯାତ୍ରୀଙ୍କ ଲାଗି ବସ ରେ ଚଢିବା ଲାଗି ଯେଉଁଠି door ରହୁଚି ତା ପାଖରେ ରହିଛି ଦିବ୍ୟଙ୍ଗ ମାନଙ୍କ ଲାଗି ଲିଫ୍ତିଁ । କଣ୍ଡକ୍ଟର ଜଣକ ଲିଫ୍ତି switch ଓପନ କରିବା ମାତ୍ରେ ବାହାରକୁ ଓପନ ହେବ ଲିଫ୍ଟିଁ। ସେଠାରେ ହ୍ୟାନ୍ଦେଲ ଧରି ବା ମାତ୍ରେ ଲିଫ୍ଟ ଦିବ୍ୟାଂ ଙ୍ଗ କୁ ନେଇଯିବ ବସ ଭିତରକୁ। ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ ଙ୍କ ସମେତ କମିଶନର ଉଷା ପାଢୀ, bda ଭିଶି, କୃଟ କର୍ତୁପକ୍ଷ ଉପସ୍ଥିତ ଥିଲେ।