ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ ପ୍ରକଳ୍ପର ଘୋଷଣା କଲେ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ସବୁ ଅଧିକାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ କିଛି ପ୍ରକଳ୍ପର ଘୋଷଣା କରିଥିଲେ। ଆଗାମୀ ଦିନରେ ମାଲକାନଗିରିରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ।

୪ ହଜାର କୋଟି ଟଂକା ବ୍ୟୟରେ ଏହି ଶିଳ୍ପ ପ୍ରତିଷ୍ଠା ହେବା ସହ ୨ ହଜାର ସ୍ଥାନୀୟ ଯୁବକଯୁବତୀ ନିଯୁକ୍ତି ପାଇବେ। ଏହାସହ ଓଡିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୁରଭଞ୍ଜର ତିରିଙ୍ଗି ପର୍ଯ୍ୟନ୍ତ ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ରେଳ ଲାଇନ ଓ ଏନଏଚ କାମକୁ ତ୍ବରାନ୍ବିତ କରାଯିବ।

ଏହାଦ୍ବାରା ଜିଲ୍ଲାର ଆର୍ଥିକ ସ୍ଥିତି ସୁଧୁରିବା ସହ ସ୍ଥାନୀୟ ଯୁବକଯୁବତୀମାନେ ଉପକୃତ ହେବେ। ଜିଲ୍ଲାରେ ଚାଲିଥିବା ସମସ୍ତ ସରକାରୀ କାର୍ଯ୍ୟଗୁଡିକର ତରାନ୍ବିତ ପାଇଁ ପ୍ରତି ୧୫ ଦିନ ଓ ମାସେରେ ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି କାର୍ଯ୍ୟର ସମୀକ୍ଷା କରିବେ। ସ୍ବାଭିମାନ ଅଂଚଳରେ ଆଉ ଏକ ସେତୁ ନିର୍ମାଣ ସହ ଉପାନ୍ତ ଅଂଚଳକୁ ଯୋଗାଯୋଗର ବାଟ ଫିଟିବ। ଖୁବଶୀଘ୍ର ଜୟପୁରରୁ ଆନ୍ଧ୍ର ପ୍ରଦେଶର ଭଦ୍ରାଞ୍ଚଲମକୁ ରେଳ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।