ମୁଁ ବି ହୋଇଥିଲି ଚିଟଫଣ୍ଡରେ ଠକେଇର ଶିକାର, କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଚିଟଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ । କହିଲେ ମୁଁ ବି ହୋଇଥିଲି ଠକେଇର ଶିକାର ।  1990 ଏବଂ 2002 ରେ ଠକେଇର ଶିକାର ହୋଇଥିଲି ଚିଟଫଣ୍ଡ ସଂସ୍ଥା ଦ୍ୱାରା । ଗୋଟିଏ ସରକାରୀ ଏବଂ ଗୋଟିଏ ବେସରକାରୀ ସଂସ୍ଥା ମୋତେ ଠକିଥିଲେ ।

ପଇସା ଯୋଗାଡ଼ କରି ଦେଲି ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ନାହିଁ ।  1986 ଆଇନରେ ଅପିଲ ବି କରିଥିଲି କିନ୍ତୁ ରାସ୍ତା ଏତେ ଜଟିଳ ଥିଲା  ଯେ ପଇସା ମିଳିଲାନି । 1986 ଆଇନକୁ 2019 ରେ ସଂଶୋଧନ କରାଯଇଛି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ।