ଆଜି ମାଲକାନଗିରି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ଣ ୩ ଟାରେ ମାଲକାନଗିରିରେ ପହଞ୍ଚି ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୫ଟାରେ ଭୁବନେଶ୍ବର ଫେରିିବେ । ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ଏହା ପ୍ରଥମ ମାଲକାନଗିରି ଗସ୍ତ । ଏହି ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବି ଉପସ୍ଥିତ ରହିବେ । ଜିଲ୍ଲାର କାଲିମେଳା, ପଡିଆ ଓ ମାଥିଲି ବ୍ଳକରେ କ୍ଷୟକ୍ଷତି ଅଧିକ ହୋଇଛି। ପ୍ରାୟ ୧୨ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ୮ ହଜାର ୮୩୦ ହେକ୍ଟର ଜମିରେ ପାଣି ଜମିବା ସହ ୨୮୧ଟି ଘର ଭାଙ୍ଗିଛି ।
ମାଲକାନଗିରି ଜିଲ୍ଲାରେ 4 ଦିନ ପରେ ଜିଲ୍ଲାର ସମସ୍ତ ପୋଲ ଓ ରାସ୍ତା ଉପରୁ ପାଣି ଖସିଯାଇଛି। କିନ୍ତୁ ପୋଟେରୁ ପୋଲ ଉପରୁ କଂକ୍ରିଟ ଧୋଇ ହୋଇ ଯାଇଥିବାରୁ ଆଜି ସକାଳୁ କୌଣସି ଗାଡିକୁ ଏହି ପୋଲ ଉପରେ ଯିବାକୁ ଦିଆଯାଇନଥିଲା। କେବଳ ଦୁଇ ଚକିଆ ଯାନକୁ ହିଁ ଯିବାକୁ ନିର୍ଦେଶ ଦିଆଯାଇଥିଲା।ମଧ୍ୟାହ୍ନ ପର୍ଯ୍ୟନ୍ତ ମାଲାକନଗିରି କାଲିମେଳା ଯୋଗାଯୋଗ ବିଛିନ୍ନ ରହିଥିଲା। ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ପହଞ୍ଚି ଜାତୀୟ ରାଜପଥର ଅଧିକାରୀଙ୍କୁ ଡାକି ତୁରନ୍ତ ପୋଲ ଉପରେ ମରାମତି କରିବା ପାଇଁ କୁହାଯିବା ପରେ ରାସ୍ତା ସ୍ୱାଭିମାନ କୁ ଯୋଡୁଥିବା ବାୟାପଡା ରାସ୍ତାରେ ଭୁସ୍ଖଳନ ହେବା ଯୋଗୁଁ ଏବେ ବି ରାସ୍ତା ମରାମତି ହୋଇପାରିନାହିଁ।
ଯାହାଫଳରେ ୧୮ଟି ଗ୍ରାମ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ମାଲକାନଗିରି ଜୟପୁର ରାସ୍ତା ଏବଂ କାଲିମେଳା ମୋଟୁ ରାସ୍ତାକୁ ଯୋଗାଯୋଗ ସ୍ବାଭାବିକ ହୋଇପାରିଛି । ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷାରେ ବେହାଲ ହୋଇଥିଲା ମାଲକାନଗିରି ଜିଲ୍ଲା । ବର୍ଷା ଥମିଥିଲେ ମଧ୍ୟ ଦୁର୍ଦ୍ଦଶା ବଢିଯାଇଛି ।