ନବ ବର୍ଷରେ ବ୍ୟୁରୋକ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ‘ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ କର’
ଭୁବନେଶ୍ୱର : ନବ ବର୍ଷରେ ବ୍ୟୁରୋକ୍ରାଟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର । ଭୁବନେଶ୍ବର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।
ଗତ ସାତ ମାସରେ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଅଧିକାରୀମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି ।
ଓଡିଶା ଅନ୍ୟ ରାଜ୍ୟ ଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବାକୁ ମୋହନ ମାଝୀ ପରାମର୍ଶ ଦେଇଛନ୍ତି। ଓଡିଶାରେ ନେଭି ଡେ, ଡିଜିପି ସମ୍ମିଳନୀ ଆଦି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ କରାଯାଇଛି ।
ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।