କଟକ ପୂଜାମଣ୍ଡ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମା’ଙ୍କୁ ଦେଲେ ପୁଷ୍ପାଞ୍ଜଳି

କଟକ: କଟକ ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ।  କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ।  ମା’ଙ୍କୁ ପୁଷ୍ପାଞ୍ଜଳି ଦେବା ସହ ଆଳତି ମଧ୍ଯ କରିଛନ୍ତି । ଏଥିସହ ଲୋକଙ୍କ ସହ ସେ ଫଟୋ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରତାପନଗରୀ ପୂଜାକମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା ।  ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରେ ପାଇ ଲୋକେ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଠାରୁ ସେ ଗୋପାଳପୁର, ଚାଉଳିଆଗଞ୍ଜ ଖାନନଗର ଆଦି ୩୩ଟି ପୂଜାମଣ୍ଡପ ବୁଲିବେ ।  ମୁଖ୍ୟମନ୍ତ୍ରୀ ଖାନନଗର ପୂଜାମଣ୍ଡପକୁ ଯିବେ ।

ସେହିପରି ଗତକାଲି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ ।  ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ । ପୂଜାମଣ୍ଡପରେ ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଥିଲେ । ଏହାପରେ ସୁନ୍ଦରପଦା , ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ , ସହିଦ ନଗର , ବମିଖାଲ , ଲକ୍ଷ୍ମୀ ସାଗର ଓ ଷ୍ଟେସନ ଛକ ମଣ୍ଡପ ବୁଲିଥିଲେ ।  ୩ ଘଣ୍ଟା ଧରି ମଣ୍ଡପରୁ ମଣ୍ଡପ ଯାଇ ମାଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ ମୋହନ ମାଝୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like