ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ।  ନର୍ଥ ବ୍ଲକରେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଯାଇ ଭେଟିଲେ  ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି ।

ଗୃହ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ ।  ୧୨ ହଜାର ଖାଲିଥିବା ପଦବୀ ପୂରଣ କରିବାକୁ ଆମେ ଯାଉଛୁ ।  ଟ୍ରାଫିକ ସମାଧାନ ପାଇଁ ୨ ହଜାର ଟ୍ରାଫିକ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ।  ହୋମ୍ ଗାର୍ଡରେ ୫ ହଜାର ଜଣଙ୍କୁ ନିଯୁକ୍ତି ଦିଆଯିବ ।

ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣକୁ ଆଣିବାକୁ ଅଧିକ ଚେଷ୍ଟା କରାଯାଉଛି ।  ଲୋକଙ୍କୁ କମ୍ ସମୟରେ କିଭଳି ନ୍ୟାୟ ମିଳିବ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

Also read: ମଣିପୁରର ସୁରକ୍ଷା ନେଇ ଅମିତ ଶାହଙ୍କ କଡ଼ା ନିର୍ଦ୍ଦେଶ : ୮ ମାର୍ଚ୍ଚରୁ ସମସ୍ତ ବନ୍ଦ ରାସ୍ତା ଖୋଲିବ