ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ

ଭୁବନେଶ୍ୱର : ଆଜି ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  l ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ  l ଗସ୍ତର ପ୍ରଥମ ଦିନରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ  l ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ  l ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  l ସେହିପରି ସୀମାନ୍ତ ପଡ଼ୋଶୀ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଗସ୍ତରେ ରହିଛନ୍ତି  l

You might also like