ଆଡ଼ପ ପହଣ୍ଡି ଅଘଟଣ, ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଆଡ଼ପ ପହଣ୍ଡି ବେଳେ ଅଘଟଣ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଡ଼ ଠାକୁରଙ୍କ ପହଣ୍ଡି ବେଳେ ଅଘଟଣରେ ସାରା ଜଗତ ଦୁଃଖିତ । ଏଥିରେ ଆପଣ ବି ମର୍ମାହତ ହେବା ସ୍ବାଭାବିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ମଧ୍ୟ ଏଥିରେ ଗଭୀର ଭାବେ ମର୍ମାହତ ବୋଲି ଜଣାଇଛନ୍ତି । ଅଘଟଣ ସଂପର୍କରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଭବିଷ୍ୟତରେ ଏହାର ପୁନରାବୃତ୍ତି ନଘଟିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।