ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: କେହି ଆତଙ୍କିତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ

ଭୁବନେଶ୍ୱର : ବାତ୍ୟା ‘ଦାନା’ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବସିଥିଲା ସମୀକ୍ଷା ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି ।  ୧୧ ଜିଲ୍ଲାରେ ବାତ୍ୟାର ବିଶେଷ ପ୍ରଭାବ ରହିବ ।  ମୋଟ ୩ ଲକ୍ଷ ୬୨ ହଜାର ଲୋକ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାରେ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି ।  ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳରେ ମେଡିକାଲ ଟିମ୍ ମୁତୟନ ଅଛନ୍ତି। ପ୍ରାଣୀସମ୍ପଦଙ୍କ ଚିକିତ୍ସା ପାଇଁ ମଧ୍ୟ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । NDRF,ODRAF, ଅଗ୍ନିଶମବାହିନୀ ଓ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ଏହା ସହ ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି । ଲୋକମାନଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ପାଟ୍ରୋଲିଂ କରିବ ।  ଆଶ୍ରୟସ୍ଥଳରେ ସ୍ବଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଆଯିବ । ବିଜୁଳି ଯଦି କଟେ ଯଥାଶୀଘ୍ର ପୁନଃଯୋଗାଣ ଉପରେ ଗୁରୁତ୍ବ ଦିଆଯିବ । କେହି ଆତଙ୍କିତ ହୁଅନ୍ତୁ ନାହିଁ, ସଜାଗ ରୁହନ୍ତୁ ନାହିଁ ବୋଲି ବାତ୍ୟା ‘ଦାନା’ ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମହନ ମାଝୀ ।

 

 

 

 

 

You might also like