ଆଜି ଜନ୍ମମାଟି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସାରା ଗାଁ ଉତ୍ସବମୁଖର

କେନ୍ଦୁଝର : ଆଜି ଜନ୍ମମାଟି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସାରା ଗାଁ ଉତ୍ସବମୁଖର । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି କରାଯାଇଛି । ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବେ ଅଞ୍ଚଳବାସୀ । ଆଜି ଜନ୍ମସ୍ଥାନ ରାଇକଳାରେ କିଛି ଘଣ୍ଟା ବିତାଇବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ଝୁମ୍ପୁରା ଯିବେ ।
ଝୁମ୍ପୁରାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ନିଜ ଘର ରାଇକଳାରେ ମଧ୍ୟାହ୍ନଭୋଜନ କରିବେ । ରାଇକଳା ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସହିତ ଆଲୋଚନା କରିବା ପରେ ଭୁବନେଶ୍ବର ଫେରିଯିବେ ମୁଖ୍ୟମନ୍ତ୍ରୀ । ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ପ୍ରଥମେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀ ଓ ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ।