ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ରାଇକଳା ଗାଁକୁ ଆସିବେ । ତାଙ୍କୁ ସ୍ବାଗତ କରିବାକୁ ଗାଁରେ ଭବ୍ୟ ପ୍ରସ୍ତୁତି ଚାଲିଛି । କାଲି ପ୍ରଥମେ ଘଟଗାଁରେ ମା ତାରିଣୀ ଓ ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବେ । ରାଇକଳାରେ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିବାକୁ ପ୍ରସ୍ତୁତି କରିଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀଙ୍କୁ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ସମ୍ପର୍କୀୟ ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ନିଜ ଜିଲ୍ଲା କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଥିବା ବେଳେ ଚାଲିଛି ଜୋରଦାର ପ୍ରସ୍ତୁତି । କାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ଵତନ୍ତ୍ର ହେଲିକପ୍ଟରରେ ଆସି ଘଟଗାଁ ହାଇସ୍କୁଲ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ ରୋଡ଼ ସୋରେ ଯାଇ ପ୍ରଥମେ ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରିବେ । ଏହାପରେ ଜନସାଧାରଣ ଜନତାଙ୍କୁ ଭେଟି ୧୨ ଟା ୪୫ ରେ କେନ୍ଦୁଝର ଅଭିମୁଖେ ବାହାରିବେ। କେନ୍ଦୁଝରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।

ଏହାପରେ କେନ୍ଦୁଝର ଷ୍ଟାଡିୟମରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ନିଜ ଗାଁ ରାଇକଳାରେ କିଛି ଘଣ୍ଟା ବିତାଇବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ଝୁମ୍ପୁରା ଯିବେ । ସେଠାରେ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ନିଜ ଘର ରାଇକଳାରେ ମଧ୍ୟାହ୍ନଭୋଜନ କରି ସେଠାରୁ ଭୁବନେଶ୍ବର ଫେରିଯିବେ ।  ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋର ପ୍ରସ୍ତୁତି ଚାଲିଛି।

You might also like