ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ, ଦ୍ରୌପଦୀ ମୁର୍ମୁ ଙ୍କ ପ୍ରାର୍ଥିତ୍ୱ ମୋତେ ଖୁବ୍‌ ଆନନ୍ଦିତ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ): ଓଡ଼ିଶା ଲାଗି ନୂଆ ଇତିହାସ ଯୋଡିଲେ ଦ୍ରୌପଦୀ ମୁର୍ମୁ । ୨୦୧୫ରୁ ୨୧ ପର୍ଯ୍ୟନ୍ତ ହୋଇଥିଲେ ଝାଡଖଣ୍ଡ ରାଜ୍ୟପାଳ। ଦୁଇ ଦୁଇ ଥର ସମ୍ଭାଳିଥିଲେ ମନ୍ତ୍ରୀ ଦାୟିତ୍ୱ । ଏନଡିଏ ରାଷ୍ଟ୍ରପତି ଭାବେ ଚୟନ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ‘ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱ ମୋତେ ଖୁବ୍‌ ଆନନ୍ଦିତ କରିଛି । ଏ ନେଇ ‘ପ୍ରଧାନମନ୍ତ୍ରୀ ଏ ନେଇ ମୋ ସହ କଥା ହୋଇଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଅନନ୍ୟ ଉଦାହରଣ ସୃଷ୍ଟି କରିବେ ।

Leave A Reply

Your email address will not be published.