କ୍ଷୁଧାର୍ତ୍ତ ଓଡ଼ିଶା କେମିତି ଯୋଗାଉଛି ଖାଦ୍ୟ ? ରୋମରେ କହିଲେ ନବୀନ, ଶୁଣିଲା ବିଶ୍ୱ

(କେନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମ-WFPର ମୁଖ୍ୟଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ WFPର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବିସଲେଙ୍କ ପ୍ରଶଂସା କରିଛନ୍ତି । ଏସବୁ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସଫଳତାରୁ ଅନ୍ୟ ଦେଶଗୁଡ଼ିକ ଶିଖିବା ଦରକାର । ଓଡ଼ିଶାର ଅନୁଭବ ଓ ଅଭିଜ୍ଞତା ସଂପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମ୍‌ ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ବିଶ୍ୱସ୍ତରୀୟ ତାଲିମ ପାଇଁ ପଦକ୍ଷେପ ନିଆଯିବ । ରୋମରେ ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବିସଲେ ଏହା କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧି ଧରି ଖାଦ୍ୟ ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି। ଲୋକଙ୍କର ଜୀବନଜୀବିକା ମାନରେ ଆସିଛି ଢେର ପରିବର୍ତ୍ତର୍ନ । ସେହିଭଳି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଓଡ଼ିଶା ପାଲଟିଛି ମଡେଲ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । WFP ସହଭାଗିତାରେ ଆହୁରି ଆଗକୁ ବଢିବାକୁ ଚାହୁଁଛୁ । ରୋମ୍‌ ଥିବା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.