ନବକଳେବର ହେବ ବାରବାଟୀ ଷ୍ଟାଡିୟମ; ଆଜି ଭର୍ଚୁଆଲରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମ ନବୀକରଣ ତଥା ରୂପାନ୍ତରଣ ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଡ଼ି ହେବେ । ୩ ବର୍ଷରେ ବାରବାଟୀ ଷ୍ଟାଡିୟମ୍ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୬୦ ହଜାର ଦର୍ଶକ କ୍ଷମତା ସହ ୱାର୍ଲଡ କ୍ଲାସ ସ୍ପୋର୍ଟସ କ୍ୟାମ୍ପସରେ ରୂପାନ୍ତର କରାଯିବ।

କଟକ (କେନ୍ୟୁଜ): ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମ ନବୀକରଣ ତଥା ରୂପାନ୍ତରଣ ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଡ଼ି ହେବେ । ୩ ବର୍ଷରେ ବାରବାଟୀ ଷ୍ଟାଡିୟମ୍ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୬୦ ହଜାର ଦର୍ଶକ କ୍ଷମତା ସହ ୱାର୍ଲଡ କ୍ଲାସ ସ୍ପୋର୍ଟସ କ୍ୟାମ୍ପସରେ ରୂପାନ୍ତର କରାଯିବ। ଏଥିସହ ଆଜି କ୍ରିକେଟ ଷ୍ଟାଡିୟମ୍, କ୍ରିକେଟ ଏକାଡେମୀ ଓ ସ୍ପୋର୍ଟସ କମ୍ପ୍ଲେକ୍ସର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପୁରୀ ଓ ଝାରସୁଗୁଡ଼ାରେ ମହିଳା କ୍ରିକେଟ ଗ୍ରାଉଣ୍ଡର ଉଦଘାଟନ କରିବେ ।

ପୁରୀରେ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ । ଏହାବ୍ୟତୀତ ଓଡ଼ିଶା କ୍ରିକେଟ ଆସୋସିଏନ୍ ଦ୍ବାରା ବିକଶିତ ୪୨ଟି କ୍ରିକେଟ୍ ଏକାଡେମୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସମ୍ବଲପୁର ଭିଏସଏସ୍ କ୍ରିକେଟ ଷ୍ଟାଡିୟମ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲରେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ରହିବେ। ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର ଓ ଗ୍ରୁପ ସଙ୍ଗୀତ ପରିବେଷଣ କରିବେ। ସେହିପରି ଓଡ଼ିଶାର କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ।