କେନ୍ଦୁପତ୍ର ଉପରୁ ହଟାଯାଉ ଦ୍ରବ୍ୟ ଓ ସେବା କର: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍): କେନ୍ଦୁପତ୍ର ଉପରୁ ହଟାଯାଉ ଦ୍ରବ୍ୟ ଓ ସେବା କର। କେନ୍ଦୁପତ୍ର ଉପରେ ନିର୍ଭରଶୀଳ ରାଜ୍ୟର ୮ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦୁପତ୍ର ଉପରେ ନିର୍ଭରଶୀଳ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ମୁଖ୍ୟତଃ ଆର୍ଥିକ ଦୂର୍ବଳ ଓ ଜନଜାତି ଶ୍ରେଣୀର। କେନ୍ଦୁପତ୍ର ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାଏ। କେନ୍ଦୁପତ୍ର ତୋଳି ତାକୁ ବିକ୍ରୀ କରିବା ସେମାନଙ୍କ ଜଙ୍ଗଲ ଅଧିକାର ଅନ୍ତର୍ଭୁକ୍ତ।

ଏଭଳି ସ୍ଥିତିରେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ସେମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରୁଛି। ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ୱାର୍କରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରାଯାଉ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।