ବାଜପେୟୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେ ନ୍ୟୁଜ୍) : ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିବା ପାଇଁ ନବୀନ ଦିଲ୍ଲୀ ଯିବେ । ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବାଜପେୟୀ ଗୁରୁତର ଥିବାରୁ ଦିଲ୍ଲୀ ଯାଉଛି। ବାଜପେୟୀ ଜଣେ ମହାନ୍ ନେତା। ତାଙ୍କ ସରକାରରେ ୨ବର୍ଷ ମନ୍ତ୍ରୀ ଥିଲି। ତାଙ୍କ ସହ କାମ କରି ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ବର୍ଷ ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ କ୍ରିଷ ମେନନସ୍ଥିତି ବାସଭବନରେ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।