ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓସିଏ ପକ୍ଷରୁ କରାଯାଇଛି ନିମନ୍ତ୍ରଣ

କଟକ(କେନ୍ୟୁଜ୍‌): ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯେପରି ଖେଳର ମଜା ଉଠାଇ ପାରିବେ ସେ ନେଇ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। ତେବେ ନବୀନଙ୍କ ବାରବାଟୀ ଗସ୍ତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ତେବେ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଦେଖିବାକୁ ଓସିଏ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଓସିଏ ସଭାପତି ଓ ସଂପାଦକ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମ୍ୟାଚର ଟିକେଟ ପ୍ରଦାନ କରିଥିଲେ।

Also Read: ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ ବଂସଲ