ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ହୋଲି ଅବସରରେ ଜଣାଇଲେ ହାର୍ଦ୍ଦିକ ଶୁଭେଚ୍ଛା

ଭୁବନେଶ୍ୱର : ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ପୋଲିସ ଡିଜି ୱାଇବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଲି ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦେହରେ ରଙ୍ଗ ମାରିବା ସହ ମିଠା ଖୁଆଇ ଉତ୍ସବ ପାଳିଛନ୍ତି । ଏଥିସହ ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଭାତୃତ୍ବ ଓ ସଦଭାବନାର ଏହି ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରି ଦେଉ । ରାଧା ଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ  ।