ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଗାମୀ ୫ବର୍ଷ ମଧ୍ୟରେ ପାଞ୍ଚ ଲକ୍ଷ କୋଟି ଟଙ୍କା ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖିଛି । ୧୦୦ଦିନ ଭିତରେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ଦୁଇଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆସନ୍ତାକାଲି ଦିଲ୍ଲୀରେ ହେବ ପ୍ରଥମ ରୋଡ୍ ସୋ’। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ଆସିବା ପାଇଁ ମଧ୍ୟ ପୁଞ୍ଜିନିବେଶକଙ୍କୁ ନିବେଦନ କରିବେ । ଓଡ଼ିଶାକୁ ବହୁ ସଂଖ୍ୟାରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସେ ଉଦ୍ୟମ କରିବେ । ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ୱାନଟୁୱାନ୍ ଆଲୋଚନା ମଧ୍ୟ କରିବେ ।
You might also like