ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି

ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ବୃଦ୍ଧି ଘୋଷଣା କଲେ ସରକାର।  ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ, ସହାୟତାକୁ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ଏହାସହ ସ୍ବାଭାବିକ ମୃତ୍ୟୁ ହେଲେ ସହାୟତା ରାଶି ୨ ଲକ୍ଷରୁ ୩ ଲକ୍ଷ ଟଙ୍କା କରାଯାଇଛି ।  ଏହାସହ କୌଣସି ନିର୍ମାଣ ଶ୍ରମିକ ବାସହୀନ ରହିବେ ନାହିଁ। ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ । ଏ ନେଇ ସରକାର ଚିନ୍ତା କରୁଛନ୍ତି ।

ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଆଜି ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଥିଲେ ।  ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ।  ୩ ହଜାର ୬୧୦ କୋଟି ଟଙ୍କାର ସହାୟତା ଦିଆଯାଉଛି ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି  ।

ମାସକ ତଳେ ସହାୟତା ରାଶିକୁ ବୃଦ୍ଧି କରାଯାଇଥିଲା।  ଶିକ୍ଷାବୃତ୍ତି ସହାୟତା ୨ ହଜାରରୁ ୪ ହଜାର ଟଙ୍କା ଯାଏ ମିଳୁଛି ।  ଏହାସହ ବିଧବା ସହାୟତା ୫୦ ହଜାର ଓ ପ୍ରସୂତୀକାଳୀନ ସହାୟତା ୧୦ ହଜାର ଟଙ୍କା ଓ ମୃତ୍ୟୁ କାଳୀନ ସହାୟତା ୨ ରୁ ୪ ଲକ୍ଷ ଟଙ୍କାପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like