ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ପ୍ରସ୍ତୁତ ଭୋଗ ଲାଗି କରିବାକୁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ

ଭୁବନେଶ୍ୱର : ରାଜ୍ୟର ସମସ୍ତ ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ନିବେଦନ । ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ଏବଂ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭୋଗ ଲାଗି କରିବାକୁ ରାଜ୍ୟର ସମସ୍ତ ମା ମାନଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନ ପରିବାର ଲୋକଙ୍କୁ ଖୁଆଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିବେଦନ କରିଛନ୍ତି ।

ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ । ମିଡ ଡେ ମିଲ ରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚିବ । ରାନ୍ଧଣା ଶୈଳୀ ବଦଳାଇବା ସହ ମାଣ୍ଡିଆକୁ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଉଛି ।

ବର୍ତ୍ତମାନ ମିଲେଟ ହବ ପାଇଁ ବାତାବରଣ ସୃଷ୍ଟି ହୋଇଛି । ମାଣ୍ଡିଆ ଉତ୍ପାଦନ ଓ ବିକ୍ରି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀକୁ ଚାଷ ପାଇଁ କିପରି ଆଗ୍ରହ ପ୍ରକାଶ କରାଯାଇପାରିବ ସେ ନେଇ ଯୋଜନା ହେଉଛି । ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ । ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଡାକ୍ତରଖାନାକୁ ମାଣ୍ଡିଆ ଯୋଗାଇ ଦେବାକୁ ବ୍ୟବସ୍ଥା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

You might also like