ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଶେଷ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହେବ

rathaପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦିନ କେଇଟା ରହିଲା। ରଥ ଖଳାରେ ଜୋରସୋରରେ ନିର୍ମାଣ କାମ ଆଗେଇଛି। ଏପଟେ ଆଜି ରଥଯାତ୍ରା ପାଇଁ ଶେଷ ସମନ୍ଵୟ କମିଟି ବୈଠକ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ପ୍ରସ୍ତୁତିର ଚୁଡାନ୍ତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ବିଭାଗ ପକ୍ଷରୁ ରଥଯାତ୍ରା ପାଇଁ କିଭଳି ପ୍ରସ୍ତୁତି କରାଯାଇଛି ସେ ସଂପର୍କରେ ଆଲୋଚନା କରିବେ। ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ ମରାମତି, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ଗମନାନଗମନ, କାଦ୍ୟ ଯୋଗାଣ ଆରକ୍ଷୀ ବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ପୋଲିସ ଡିଜି, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, ସେବାୟତ ଓ ବୁଦ୍ଧିଜୀବୀମାନେ ଯୋଗଦେବେ।

Leave A Reply

Your email address will not be published.