SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଖରାପ ପାଗ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ଗସ୍ତ ସ୍ଥଗିତ

ଭୁବନେଶ୍ୱର :  SRC କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସାମିଲ ଥିଲେ । ମୁଖ୍ୟସଚିବ, SRC, ଉନ୍ନୟନ କମିଶନର ଓ କୃଷି ସଚିବ ମଧ୍ୟ ଉପସ୍ଥିତ ଥିଲେ । ଖରାପ ପାଗ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ଗସ୍ତ ସ୍ଥଗିତ ରହିଛି । ପ୍ରଭାବିତ ଜିଲ୍ଲା ଗସ୍ତ କରି ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like