ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା ପାଇଁ ୬ଟି ରେଳପ୍ରକଳ୍ପ ମଞ୍ଜୁରୀ ମିଳିବା ପରେ କେନ୍ଦ୍ର ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ୍ । ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇ ଦେଲେ ପ୍ରତିଶ୍ରୁତି । ଜମି ଅଧିଗ୍ରହଣ ତ୍ୱରିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
ପୂର୍ବଦୋୟ ବିକାଶ ଦିଗରେ ଓଡ଼ିଶାକୁ ପ୍ରାଥମିକତା ରେଳ ମନ୍ତ୍ରାଳୟରେ ବାସ୍ତବତା ରୂପ ନେଇଛି । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କରିଡ଼ର ବିକାଶ ପାଇଁ ୬ଟି ନୂଆ ଲାଇନ୍ ରେ ମୋଟ ୫୯୧ କିମି ବିଛାଯିବ । ଏଥି ନିମନ୍ତେ ୧୫ହଜାର କୋଟି ଖର୍ଚ୍ଚ ହେବ । ୨୦୩୦ ସୁଦ୍ଧା ସବୁ ପ୍ରକଳ୍ପ ଶେଷ ପାଇଁ ଲକ୍ଷ ରହିଛି । ଭିଡ଼ିଓ କନଫେରେନ୍ଫେସିଂ ଜରିଆରେ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ସାଂସଦ ଉପସ୍ଥିତ ରହିଥିଲେ ।