ଶୃଙ୍ଖଳାର ସହ ରଥଯାତ୍ରା ଶେଷ ହୋଇଥିବାରୁ ସେବାୟତ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ୟୁଜ) : ପ୍ରତିବର୍ଷ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଆନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ଏଥର କିନ୍ତୁ ନିଜେ ଅଫିସରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ଵିଟ୍‌ କରି କହିଛନ୍ତି, ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଇଛି । ମହପ୍ରଭୁ ଆମ ସମସ୍ତଙ୍କ ଗୁହାରୀ ଶୁଣିବେ । ଏ କଠିନ ସମୟ ଶୀଘ୍ର ଦୂର ହେବ ଓ ସମସ୍ତଙ୍କ କଲ୍ୟାଣ ହେବ ।

ଏଥିସହିତ ଶୃଙ୍ଖଳାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେବାୟତ ଓ ପୁରୀ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନକୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.