କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କଟକ : କଟକରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ଵାରବାଟି ଷ୍ଟାଡିୟମ ପରିବର୍ତ୍ତେ କଟକ ବିଡାନାସି ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ସେହିଭଳି ଆଜି ବିଡାନାସୀ ମିନି ଷ୍ଟାଡିୟମରେ ପ୍ରଥମ ପରେଡ୍ ଅଭ୍ୟାସ କରାଯାଇଛି । ଭାଗ ନେଇଥିବା ସମସ୍ତ କଣ୍ଟିଜେଣ୍ଟ ମାନେ ଅଭ୍ୟାସ କରିଥିଲେ ।
ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ସାଧାରଣ ତନ୍ତ୍ର ଦିବସ ପରେଡ୍ ଭାଗ ନେବା ପାଇଁ ସୁଯୋଗ ମିଳିବ। ସାଧାରଣ ତନ୍ତ୍ର ଦିବସର ପ୍ରସ୍ତୁତି କାର୍ଯ୍ୟ କିଭଳି ଚାଲିଛି ତାହାର ତଦାରଖ କରିଛନ୍ତି କଟକ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ। ସାଧାରଣତନ୍ତ୍ର ଦିବସ ପାଳନ ପରେଡ଼ ରେ 53 ଟି କଣ୍ଟିଜେଣ୍ଟ ଓ 10 ଟି ପ୍ରଂଜ୍ଞାପନ ମେଢ଼ ଯୋଗ ଦେବେ ବୋଲି ସୂଚନା ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ।