୩୦ ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଆରମ୍ଭ ହେବ କଳାହାଣ୍ଡି ଜିଲ୍ଲାରୁ

ଭୁବନେଶ୍ୱର : ୩୦ ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩୦ ରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା ।  ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର ।  ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା,ଦୁରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ପୋଡିଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ । ଅନଲାଇନ ଆବେଦନ ଖୋଲିବ । 06746817777 ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ପଞ୍ଜିକୃତ କରିପାରିବେ ।